ସେଣ୍ଟ ଜୋସେଫ କନଭେଣ୍ଟ ସ୍କୁଲ ନାମରେ ଜାତୀୟ ସଙ୍ଗୀତ ଅବମାନନା ଅଭିଯୋଗ

22-11-2019
ସମ୍ବଲପୁର,୨୨ା୧୧: ସମ୍ବଲପୁର ସହର ସାକ୍ଷୀପଡା ସ୍ଥିତ ସେଣ୍ଟ ଜୋସେଫ କନଭେଣ୍ଟ ସ୍କୁଲ ବିରୋଧରେ ଭଗୱା ଶେର ସାମାଜିକ ଅନୁଷ୍ଠାନ ସଙ୍ଗୀନ ଅଭିଯୋଗ ଆଣିଛି । ଜିଲ୍ଲା ପ୍ରଶାସନ ଅଭିଯୋଗର ତଦନ୍ତ କରିବା ସହ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରାଯାଇଛି । ନଚେତ୍ ଡିସେମ୍ବର ପ୍ରଥମ ସପ୍ତାହରେ ଏହି ସ୍କୁଲ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଚେତାବନୀ ଦେଇଛି । ଏନେଇ ଏକ ଦାବୀପତ୍ର ଶୁକ୍ରବାର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ପ୍ରଦତ୍ତ ଦାବୀପତ୍ରରେ ଉଲ୍ଲେଖ ରହିଛି ଯେ, ଏହି ସ୍କୁଲର ଡାଏରୀରେ ଜାତୀୟ ସଙ୍ଗୀତକୁ ବିକୃତ କରି ଛପା ଯାଇଛି । ଶିକ୍ଷା ବର୍ଷ ଆରମ୍ଭରୁ ଏହା ହୋଇଥିବା ବେଳେ ନଭେମ୍ବର ଶେଷ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ଭୁଲ ଜାତୀୟ ସଙ୍ଗୀତ ଗାନ କରି ଏହାର ଅବମାନନା କରାଯା୨ଇଛି । ପୂର୍ବରୁ ସ୍କୁଲରେ ଜାତୀୟ ସଙ୍ଗୀତ ଗାନକୁ ବନ୍ଦ କରାଯାଇଥିଲା । ଏହା ଜଣାପଡିବା ପରେ ଜନସାଧାରଣ ପ୍ରତିବାଦ କରିଥିଲେ । ତେଣୁ ଗତ ୧୨ଜୁଲାଇ ଠାରୁ ଏହାକୁ ବାଧ୍ୟତାମୂଳକ ଭାବେ ଗାନ କରାଯାଉଛି । ସେହିପରି ସ୍କୁଲ କର୍ତ୍ତୃପକ୍ଷ କେରଳ ଓ ଉତ୍ତରାଖଣ୍ଡ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ଲକ୍ଷ ଲକ୍ଷ ଟଙ୍କା ଚାନ୍ଦା ଆଦାୟ କରିଛନ୍ତି । ତାହା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଯିବା ପରିବର୍ତ୍ତେ ଧର୍ମାନ୍ତରିକରଣ କାର୍ଯ୍ୟ୨ରେ ଲାଗୁଥିବା ଅଭିଯୋଗ ହେଉଛି । ଏଥିସହ ସ୍କୁଲ କର୍ତ୍ତୃପକ୍ଷ ୨ଏକର ସଂରକ୍ଷିତ ଜଙ୍ଗଲ ଜମିକୁ ଜବରଦଖଲ କରି ସୁଉଚ୍ଚ କୋଠା ନିର୍ମାଣ କରୁଛନ୍ତି । ଗରୀବ ଓ ଭୂମିହୀନଙ୍କ ପାଇଁ ସରକାର ମାଗଣା ଜମି ଯୋଗାଇ ଦେବାର ବ୍ୟବସ୍ଥା ଥିବା ବେଳେ ଜିଲ୍ଲା ପ୍ରଶାସନ ଜାଣିଶୁଣି କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା ସେମାନେ ଅଭିଯୋଗ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ଗିରିଶ ପଟେଲ, ଶିବ କୁମାର ଅଗ୍ରୱାଲ, ଅମଳେନ୍ଦୁ ଚୌଧୁରୀ, କୃଷ୍ଣ ଗୋପାଳ ମହାକୁଡ, ମାଧବ ଓରାମ, ସଞ୍ଜିବ ଖଣ୍ଡେଲୱାଲ, ଆଲୋକ ନାୟକ, ସନ୍ତୋଷ କୁମାର ଡାଲୁଆ, ହୀରା ସିଂ, ନରେଶ ସିଂ, ରାକେଶ ଚକ୍ରବର୍ତ୍ତୀ, କିଶାନ ଧର, ନରେଶ ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ । 

Comments

Popular posts from this blog

ନୂଆ ଲୋଗ-ନାମ ପରିବର୍ତନ