Posts

Showing posts from November, 2019
  ସେଣ୍ଟ ଜୋସେଫ କନଭେଣ୍ଟ ସ୍କୁଲ ନାମରେ ଜାତୀୟ ସଙ୍ଗୀତ ଅବମାନନା ଅଭିଯୋଗ November 22, 2019 22-11-2019 ସମ୍ବଲପୁର,୨୨ା୧୧: ସମ୍ବଲପୁର ସହର ସାକ୍ଷୀପଡା ସ୍ଥିତ ସେଣ୍ଟ ଜୋସେଫ କନଭେଣ୍ଟ ସ୍କୁଲ ବିରୋଧରେ ଭଗୱା ଶେର ସାମାଜିକ ଅନୁଷ୍ଠାନ ସଙ୍ଗୀନ ଅଭିଯୋଗ ଆଣିଛି । ଜିଲ୍ଲା ପ୍ରଶାସନ ଅଭିଯୋଗର ତଦନ୍ତ କରିବା ସହ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରାଯାଇଛି । ନଚେତ୍ ଡିସେମ୍ବର ପ୍ରଥମ ସପ୍ତାହରେ ଏହି ସ୍କୁଲ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଚେତାବନୀ ଦେଇଛି । ଏନେଇ ଏକ ଦାବୀପତ୍ର ଶୁକ୍ରବାର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ପ୍ରଦତ୍ତ ଦାବୀପତ୍ରରେ ଉଲ୍ଲେଖ ରହିଛି ଯେ, ଏହି ସ୍କୁଲର ଡାଏରୀରେ ଜାତୀୟ ସଙ୍ଗୀତକୁ ବିକୃତ କରି ଛପା ଯାଇଛି । ଶିକ୍ଷା ବର୍ଷ ଆରମ୍ଭରୁ ଏହା ହୋଇଥିବା ବେଳେ ନଭେମ୍ବର ଶେଷ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ଭୁଲ ଜାତୀୟ ସଙ୍ଗୀତ ଗାନ କରି ଏହାର ଅବମାନନା କରାଯା୨ଇଛି । ପୂର୍ବରୁ ସ୍କୁଲରେ ଜାତୀୟ ସଙ୍ଗୀତ ଗାନକୁ ବନ୍ଦ କରାଯାଇଥିଲା । ଏହା ଜଣାପଡିବା ପରେ ଜନସାଧାରଣ ପ୍ରତିବାଦ କରିଥିଲେ । ତେଣୁ ଗତ ୧୨ଜୁଲାଇ ଠାରୁ ଏହାକୁ ବାଧ୍ୟତାମୂଳକ ଭାବେ ଗାନ କରାଯାଉଛି । ସେହିପରି ସ୍କୁଲ କର୍ତ୍ତୃପକ୍ଷ କେରଳ ଓ ଉତ୍ତରାଖଣ୍ଡ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ଲକ୍ଷ ଲକ୍ଷ ଟଙ୍କା ଚାନ୍ଦା ଆଦାୟ କରିଛନ୍ତି । ତାହା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ...